Puri Srimandir Adhikar Padayatra Enters 55th Day
୫୫ ଦିନରେ ଶ୍ରୀମନ୍ଦିର ଅଧିକାର ପଦଯାତ୍ରା, ସରକାରୀ ନୀରବତାକୁ ନେଇ ବଢ଼ୁଛି ଅସନ୍ତୋଷ
ପୁରୀ, ୨୫/୫ : ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ଚାଲିଥିବା ସଚେତନତା ପଦଯାତ୍ରା ଆଜି ୫୫ ଦିନରେ ପହଞ୍ଚିଛି। ଅପ୍ରେଲ ୧ରୁ ବଳଗଣ୍ଡି ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ସିଂହଦ୍ୱାର ପର୍ଯ୍ୟନ୍ତ ଯାଇ “ଜୟ ଜଗନ୍ନାଥ” ଧ୍ୱନିରେ ଗୁଞ୍ଜି ଉଠୁଛି।
ପଦଯାତ୍ରାରେ ସାମିଲ ଭକ୍ତମାନଙ୍କ ଅଭିଯୋଗ, ସରକାରଙ୍କ ଭୁଲ ପରିଚାଳନା ଓ କଟକଣା କାରଣରୁ ପୁରୀବାସୀ ପୂର୍ବପରି ସହଜରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ୫୫ ଦିନ ଧରି ଆନ୍ଦୋଳନ ଚାଲିଥିଲେ ମଧ୍ୟ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ପଦକ୍ଷେପ ନ ନିଆଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।
ପଦଯାତ୍ରାର ସଂଯୋଜକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “ପୁରୀବାସୀଙ୍କ ଧାର୍ମିକ ଅଧିକାର ପ୍ରତି ସରକାର ଅନୁଦାନଶୀଳ ମନୋଭାବ ନେଇଛି। ପୂର୍ବପରି ଦର୍ଶନ ବ୍ୟବସ୍ଥା ଫେରାଇ ନଦିଆଯାଏ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।”
